ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଦୁର୍ବ୍ୟବହାର, ଟଙ୍କା ମାଗିବା ନେଇ ଅଭିଯୋଗ ହୋଇଛି।
ସୋମବାର ସହର ସେବା ବିଭାଗ ବିରୋଧରେ ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ମହିଳା ଜଣକ ତାଙ୍କର ପୁରୁଣା ଘର ଉପରେ ଆଜ୍‌ବେଷ୍ଟସ୍‌ ପକାଉଥିଲେ। ଏହି ସମୟରେ ଆର୍‌ଏସ୍‌ପି ସହର ସେବା ବିଭାଗର ଜଣେ ଅଧିକାରୀ ଏବଂ କାର୍ଯ୍ୟରତ କର୍ମଚାରୀମାନେ ଆସି ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ୫ ହଜାର ଟଙ୍କା ମାଗି ନିରାଶ ହେବାରୁ ତାଙ୍କ ଘର ଭାଙ୍ଗି ସେମାନେ ଦେଇଥିଲେ ବୋଲି ସମ୍ପୃକ୍ତା ମହିଳା କହିଛନ୍ତି।