ଆଦିବାସୀ ଲୋକଙ୍କୁ ସଚେତନ କରାଇଲେ

ହାଟଡିହୀ, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ଜୁଣପସି ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ପରିବାରର ଲୋକଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରାଯାଇଛି। ଏହି ଗ୍ରାମ ଏକ ଆଦିବାସୀ ଓ ବଣ ପାହାଡ଼ ଘେରା ଆଦିବାସୀ ଇଲାକା ଅଟେ। ବହୁ ସମସ୍ୟା ମଧ୍ୟରେ ଏହି ଗ୍ରାମର ଲୋକ ମାନେ ଦିନ କାଟୁଛନ୍ତି। ୩୪ ନମ୍ବର ଜୋନ ଜିଲା ପରିଷଦ ମେମ୍ବର ଟିକି କିସ୍କୁ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ରାଉତ, ଚିତ୍ତ ରଞ୍ଜନ ଜେନା, ଜୀବନ ବୀମା ବନ୍ଧୁ ବିଭୁତି ଭୂଷଣ ଜେନା, ଶୈଳସ୍ବର ଓ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀର ମେମ୍ବର, ହଦଗଡ଼ର ଯୁବକ ମାନେ ଉକ୍ତ ଗ୍ରାମକୁ ଯାଇ କରୋନା ରୋଗର ପ୍ରତିକାର ବାବଦରେ ଲୋକଙ୍କୁ କିପରି ସତର୍କ ଭାବେ ରହିବାକୁ ପଡ଼ିବ ବୁଝାଇଥିଲେ। ଏପରିକି ଲୋକଙ୍କୁ ସହାୟତା ମଧ୍ୟ ପ୍ରଦାନ କରି ଥିଲେ। ଅପରପକ୍ଷେ ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଓ କର୍ମୀ ହରମୋହନ ଶାସିନି ବିଭିନ୍ନ ଗ୍ରାମରେ ଲୋକଙ୍କୁ କରୋନା ରୋଗ ସମ୍ପର୍କ ରେ ସଚେତନ କରାଇଛନ୍ତି।

Share