Categories: କନ୍ଧମାଳ

ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଥମ

ଫୁଲବାଣୀ ଅଫିସ, ୧୬ା୧-କୋଚିନ୍‌ଠାରେ ଚାଲିଥିବା ୧୨ତମ ଜାତୀୟସ୍ତରୀୟ ଆଦିବାସୀଙ୍କ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାକୁ ସଫଳତା ମିଳିଛି ା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଚକାପାଦ ବ୍ଲକ କରୁକାସ୍କା ଗ୍ରାମର ନୀଳଚକ୍ର ଯୁବକ ସଂଘର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମରେ ଭାଗ ନେଇଥିବା ଝାଡ଼ଖଣ୍ଡ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳାକାରମାନଙ୍କ ମଧ୍ୟରେ ଲୋକନୃତ୍ୟ ଓ କଳା ଉପରେ ପ୍ରତିଯୋଗିତା ହୋଇଥିଲା ା କନ୍ଧମାଳ ଜିଲାର ନୀଳଚକ୍ର ଯୁବକ ସଂଘର କଳାକାରମାନେ ପ୍ରଥମ ସ୍ଥାନ ଅଧିକାର କରି ୧୦ ହଜାର ଟଙ୍କା ଓ ଟ୍ରଫି ପୁରସ୍କାର ବାବଦରେ ପାଇଥିଲେ। ଝାଡ଼ଖଣ୍ଡର ଲୋହରାଗଡ଼ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିମାଦେଗୀ ଦଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା। ଦଳର ସଫଳତା ପାଇଁ ଯୁବକ ସଂଘ ସଭାପତି ଅରବିନ୍ଦ କହଁର ଏବଂ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ସାଧୁବାଦ ଦେଇଛନ୍ତି।