ଆଧାରକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଚଳିତ ବର୍ଷ ୪.୫୮ କୋଟି ସାବାଳକଙ୍କ ମଧ୍ୟରୁ ପ୍ରାୟ ୯୩.୧ ଶତକଡା ଲୋକଙ୍କ ଆଧାର ପ୍ରସ୍ତୁତ କରାଯାଇଛି। ୦-୫ ବର୍ଷ ବୟସ ମଧ୍ୟରେ ୧୮,୨୬,୦୩୮ ଶିଶୁଙ୍କ ପଞ୍ଜୀକରଣ କରାଯାଇ ୪୬% ଲକ୍ଷ୍ୟ ହାସଲ କରାଯାଇଛି। ୫-୧୮ ବର୍ଷ ବୟସ ମଧ୍ୟରେ ୯୫,୮୭,୧୮୬ ପିଲାଙ୍କୁ ପଞ୍ଜୀକରଣ କରାଯାଇ ଏହି ବର୍ଗରେ ୮୧% ଲକ୍ଷ୍ୟ ପୂରଣ ହୋଇଛି। ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ବସିଥିବା ଆଧାର କାର୍ଯ୍ୟକାରିତା ବୈଠକରୁ ଏହା ଜଣାପଡିଛି। ଏହି ବୈଠକରେ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷଙ୍କ ଅଧିକାରୀ ଜି. ଭେନୁଗୋପାଳ ରେଡ୍ଡି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆଧାରକରଣରେ ରାଜ୍ୟକୁ ଶ୍ରେଷ୍ଠ-୫ ରାଜ୍ୟ ମଧ୍ୟକୁ ନେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

Share