ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ ଘଟିଛି। କର୍ମଚାରୀଙ୍କ ସହ ଜଣେ ଯୁବକ ପାଟିତୁଣ୍ଡ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବକ ଜଣକ କର୍ମଚାରୀଙ୍କ ସମେତ କେନ୍ଦ୍ରକୁ ଆସିଥିବା କେତେକ ହିତାଧିକାରୀଙ୍କୁ ମଧ୍ୟ ମାରପିଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ପହଞ୍ଚତ୍ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।
ଆଧାର କେନ୍ଦ୍ରରେ ସୁପରଭାଇଜର ରିଫତ ଆମେରା ଫିରଦୋସ୍‌ ଏବଂ କମ୍ପ୍ୟୁଟର ଅପରେଟର ଦୀନବନ୍ଧୁ ଦାସ କାର୍ଯ୍ୟ କରୁଥିଲେ। ଟାଉନ ଥାନା ଅଧୀନ ମୋତିଗଞ୍ଜ ଅଞ୍ଚଳର ରବି ବେହେରା (୨୮) ନୂତନ ଆଧାରକାର୍ଡ଼ ପାଇଁ ପହଞ୍ଚିଥିଲେ। ପୂର୍ବରୁ ହୋଇଥିବା ପଞ୍ଜିକରଣ ନାମ ଅନୁସାରେ କେନ୍ଦ୍ରର କର୍ମଚାରୀମାନେ ଆଧାରକାର୍ଡ଼ ପାଇଁ ଅନଲାଇନ୍‌ରେ କାର୍ଯ୍ୟ କରୁଥିବା ବେଳେ ରବି ପ୍ରଥମେ କରିବା ପାଇଁ କର୍ମଚାରୀଙ୍କୁ କହିଥିଲେ। ସେମାନେ ଏହାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରବି ସେମାନଙ୍କୁ ଅକଥନୀୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ରବି ଉତ୍‌କ୍ଷିପ୍ତ ହୋଇ ଉଭୟ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ମାର୍‌ପିଟ୍‌ କରିଥିଲେ। ଉପସ୍ଥିତ ଅନ୍ୟ ହିତାଧିକାରୀମାନେ ଏହାର ପ୍ରତିବାଦ କରିବାରୁ ସେମାନେ ମଧ୍ୟ ଛାଡ ପାଇ ନ ଥିଲେ। ପରେ ମହିଳା କର୍ମଚାରୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ବା ପୂର୍ବରୁ ରବି ଫେରାର ହୋଇଯାଇଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ସୁପରଭାଇଜର ରିଫତ ଆମେରା ଫିରଦୋସ୍‌ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (ନଂ. ୩୯୯/୧୯) ରୁଜୁ କରାଯାଇଛି। ଏହାର ତଦନ୍ତ କରାଯାଉଥିବା ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ସୂଚନା ଦେଇଛନ୍ତି।