ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଅନ୍ୟ ପରିଚୟପତ୍ର ଜରିଆରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଉକ୍ତ ସତ୍ୟପାଠକୁ ଆଧାର କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ମହେନ୍ଦ୍ର କୁମାର ପରିଡ଼ାଙ୍କ ତରଫରୁ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ସି.ଆର. ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଓଡ଼ିଶାର ବହୁ ଶ୍ରମିକ ଅନ୍ୟ ରାଜ୍ୟରେ

Share