Categories: ବାଣିଜ୍ୟ

ଆଧାର ଜରିଆରେ ରିଟର୍ନ ଦାଖଲ;ଆୟକର ବିଭାଗ ଜାରି କରିବ ପାନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରି ପାନ୍‌ ନ ଥିଲେ ମଧ୍ୟ ଟିକସଦାତା ଆଧାର କାର୍ଡ ଜରିଆରେ ଆୟକର ରିଟର୍ନ ଦାଖଲ କରିପାରିବେ ବୋଲି ଘୋଷଣା କରିଥିଲେ। ଏଣିକି ଆଧାର ମାଧ୍ୟମରେ ଆୟକର ରିଟର୍ନ ଦାଖଲ କରୁଥିବା ଟିକସଦାତାଙ୍କୁ ଆୟକର ବିଭାଗ ନିଜ ଆଡୁ ପାନ୍‌ ଯୋଗାଇ ଦେବ। ଏହି ନୂଆ ବ୍ୟବସ୍ଥା ଦ୍ୱାରା ପାନ୍‌ ଓ ଆଧାର ଡାଟାବେସ୍‌କୁ ପରସ୍ପର ସହ ଯୋଡିବା ଲାଗି ବ୍ୟବହାର କରାଯିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦି କହିଛନ୍ତି। ଏହା ଏକ ଅତିରିକ୍ତ ସୁବିଧା ହେବ ଏବଂ ଆଇନାନୁଯାୟୀ ପାନ୍‌ ଓ ଆଧାର ସଂଯୋଗକୁ ସୁନିଶ୍ଚିତ କରିବ।

Share