ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ ଗୁନ୍ତୁରରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଝିଅ ବିବାହ ପାଇଁ ସମସ୍ତ ପ୍ରସ୍ତୃତି କରିସାରିଥିଲେ। ହେଲେ ପିଲା ଘର ଝିଅର ବାପାଙ୍କ ଆଧାର କାର୍ଡ ଦେଖିଥିଲେ। ଆଧାରକାର୍ଡରେ ଦିଆଯାଇଥିବା ସରନେମ୍ରେ ‘ରେଡ୍ଡି’ ନ ଥିଲା। ଏହାକୁ ନେଇ ପୁଅ ଘର ଓ ଝିଅ ଘର ଭିତରେ ବହୁ ଝଗଡ଼ା ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୃତି ହୋଇସାରିଥିବା ବେଳେ ଦୁଇ ପରିବାରଙ୍କ ଭିତରେ କଳହ ଯୋଗୁ ଶେଷ ମୂହୁର୍ତ୍ତରେ ବିବାହଘର ଭାଙ୍ଗିଯାଇଥିଲା। ଏନେଇ ଯୁବତୀ ଜଣଙ୍କ ପୁଅଘର ନାଁରେ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲାର ତଦନ୍ତ ଚଳାଇଛି।