Categories: ଜାତୀୟ

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି। ଏ ସମ୍ପର୍କିତ ବ୍ଲୁପ୍ରିଣ୍ଟ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଏହି ପର୍ସନାଲ ହେଲଥ୍‌ ଆଇଡେଣ୍ଟିଫାୟାର ନମ୍ବର(ପିଏଚଆଇ) ଦ୍ୱାରା ରୋଗୀଙ୍କୁ ସେମାନଙ୍କର ଯାଞ୍ଚ୍‌ ରିପୋର୍ଟ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ପିଏଚ୍‌ଆଇ ଦ୍ୱାରା ରୋଗୀଙ୍କ ସମସ୍ତ ତଥ୍ୟ ଡାକ୍ତର ସହଜରେ ପାଇପାରିବେ। ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ଜେ.ସତ୍ୟ ନାରାୟଣଙ୍କ ନେତୃତ୍ୱରେ ଗଠିତ ୧୪ ଜଣିଆ କମିଟି ଏହି ଯୋଜନାର ବ୍ଲୁପ୍ରିଣ୍ଟ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଦାଖଲ କରିଛନ୍ତି। ଏନେଇ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତି ଉପରେ ସ୍ବାସ୍ଥ୍ୟ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି।

Share