ରାଇସୁଆଁ,୧୪ା୫(ଡି.ଏନ୍.ଏନ୍.): ଆଧାର ସଂଯୋଗ ନାହିଁ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ଅସହାୟମାନଙ୍କ ପାଇଁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ମହରଗା ପାତ୍ରଙ୍କ ଦିବ୍ୟାଙ୍ଗ ଝିଅ ପଦ୍ମାବତୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବୁଧବାର ମାଗଣା ପିଡିଏସ୍ ଚାଉଳ ଦିଆଯାଉଥିବା ବେଳେ ତାଙ୍କୁ ଦିଆଯାଇ ନ ଥିଲା। ତେବେ ଜିଲା ପ୍ରଶାସନ ପଦ୍ମାବତୀଙ୍କ ପ୍ରତି ଦୃଷ୍ଟିଦେଇ ସୁବିଧା ଯୋଗାଇ ଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।