ନୂଆଦିଲ୍ଲୀ,୪-୨: ବର୍ତ୍ତମାନ ସୁଦ୍ଧା ଆଧାର ସହ ୩୦ କୋଟି ପାନ୍ ଲିଙ୍କ୍ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ପାନ୍ ସହ ଆଧାର ନମ୍ବରକୁ ସଂଯୋଗ କରାଇବା ଲାଗି ସମୟ ସୀମାକୁ ସରକାର ଚଳିତ ବର୍ଷ ମାର୍ଚ୍ଚ ୩୧ ଯାଏ ବଢାଇଛନ୍ତି। ସେହିଭଳି ଜାନୁୟାରୀ ୨୭ ତଥ୍ୟ ମୁତାବକ ୧୭.୫୮ କୋଟି ପାନ୍ ଆଧାର ସହ ଲିଙ୍କ କରାଯାଇନାହିଁ। ଲିଙ୍କ୍ ତାରିଖ ବଢାଯାଇଥିବାରୁ ଏହା ଦ୍ୱାରା ଲୋକମାନେ ସୁବିଧା ପାଇବେ ବୋଲି ଠାକୁର କହିଛନ୍ତି। ଲୋକଙ୍କ ଡାଟା ଯେଭଳି ସୁରକ୍ଷିତ ରହିବ ସେ ନେଇ ଆୟକର ଆଇନ ଏବଂ ସୁଚନା ପ୍ରଯୁକ୍ତି ଆଇନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।