ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍‌ପୁନି

 

ଭବାନୀପାଟଣା, ୧୧।୧ (ଡି.ଏନ.ଏ)-
ନୂଅଁାଖାଇ ଲେଖେଁ ପୁଷ୍‌ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍‌ ପରବ୍‌। ଫିବଛର ପୁଷ୍‌ ମାସର ପୁନି ଦିନ ଇ ପରବ୍‌ ପଶ୍ଚିମ ଓଡ଼ିଶାର ଗଁାଗଁଲିନୁ ସହର ତକ୍‌ ସବୁନେ ପାଲନ ହେସି। ପରଥା ହିସାବେ ପୁଷ୍‌ପୁନି ବେଲେ ଚାଷ୍‌ବାସ, ଧାନ୍‌ ଅମଲ ସରସି। ଗଁତିଆ, ବିରତିଆ, ସାହୁକାରମାନେ ଚାଷ୍‌ବାସ ଲାଗି ରଖିଥିବାର ହଲିଆଗୁତିକୁ ଇ ଦିନ ଭୂଜିଭାତ, ପିଠାମଡ଼ା, ନୂଅଁା କପଡ଼ାଲତା, ବାକିଆ ଭୁତିବରତନ ଦେଇ ବିଦାକି ଦେସନ୍‌। ଇ ଦିନ ଗଁାଗଁଡ଼ାମାନକେ ପିଲାମାନେ, ଶ୍ରମିକ ଶ୍ରେଣୀର ଲୋକ୍‌ମାନେ ଦଲ୍‌ ଦଲ୍‌ ହେଇ ଗୀତ୍‌ ଗାଇ ଗାଇ ଘରକେ ଘର ଛେର୍‌ଛେରା ମାଗ୍‌ସନ। ଘରର ମାଏକିନାମାନେ ବି ଉସ୍‌ନାକ୍‌ରେ ଯେ ଯେନ୍‌ତା ଛେର୍‌ଛେରା ମାଗୁଥିବାର ପିଲାମାନକୁ ଧାନ ଚାଉଲ, ପିଠାମଡ଼ା, ଟଁକା ପଏସା ଦେସନ୍‌। ଇ ପରବ୍‌କେ ଧନୀନୁ ଗରିବ୍‌ ସଭେ ଉସ୍‌ନାକ୍‌ରେ ପାଲନ କରସନ୍‌। ଘରେ ହେଇଥିବାର ପିଠାମଡ଼ା, ଭାତତୁନ ବି ନିଜର ମିତାମଏତର, ଲାଗେଲେସରମାନକର ଘରକେ ପଠାସନ୍‌। ଇ ଉଧେ ଶୁକୁରବାର ଦିନ କଳାହାଣ୍ଡି ଜିଲାର ଭିନେ ଭିନେ ଗଁାଗଁଡ଼ାଥି ଲୋକ୍‌ ବଡ଼ା ଉସ୍‌ନାକଥି ପୁଷ୍‌ପୁନି ପାଲନ କରୁଥିବାର ଦେଖ୍‌ବାକେ ମିଲିଥିଲା। ଇଥିରଲାଗି ଅନେକ ଜାଗାରେ ସାଂସ୍କୃତିକ କାଯ୍‌କରମ, ଖେଲ୍‌କୁଦ୍‌ ପରତିଯୋଗିତା ବି ହେଇଥିଲା। ପରବ୍‌ ଦିନ ଗଁାଗଁଡ଼ାମାନକେ ପିଠାମଡ଼ାର ମହକ୍‌ନୁ ଲୁକ୍‌କର ଭିତ୍‌ରେ ଥିବାର ଭାବ୍‌ପେମ୍‌ର ମହକ୍‌ଟା ଅଧ୍‌କା ଦେଖ୍‌ବାକେ ମିଲିଥିଲା। ହେଲେ ଇ ଆଧୁନିକ୍‌ ଯୁଗେ ଚାଷ୍‌ବାସ ଲାଗି ଆର ଆଘର ଲେଖେଁ ହଲିଆଗୁତି, ହଲ୍‌ନଂଗଲର ଦରକାର ନାଇଁପଡ଼ବାର। ସବୁ କାମ୍‌ ଯନ୍ତ୍ରପାତିଥି ହେଇଯାଉଛେ। ସେନ୍‌ତା ବିଦେଶୀ ସଂସ୍କୃତି ପରଭାବରେ ଆମର ସଂସ୍କୃତି, ପରଂପରା, ଇତିହାସକେ ଲୋକ୍‌ ଦିନୁ ଦିନ୍‌କେ ପାସ୍‌ରି ଦେଉଛନ୍‌। ଯଦି ଏନ୍‌ଥେଇ ଆର ବଛରକେତେ ଗଡ଼ିଯିବା ତ ଆଗ୍‌ଲା ପିଢ଼ି ପୁଷ୍‌ପୁନି ବଏଲେ କାଣା ନାଇଁ ଜାନିପାରନ୍‌। ଇ ତିହାର ଉପରେ ଲୋକ୍‌ କହୁଥିବାର କଥାକେ ଶୁନ୍‌ବେ ଆର ପରବ୍‌ର ଅସଲ ମଂଜ୍‌ଟା ନାଇଁ ପାଇପାରନ୍‌। ଆମର ସଂସ୍କୃତି, ପରଂପରା, ଇତିହାସକେ ବଁଚେଇ ରଖ୍‌ବାକେ ହେଲେ ଆମ୍‌କୁ ସମ୍‌କୁ ଏଭୁ ସଚେତନ ହେବାକେ ପଡ଼ବା ବଲି ବୁଧିଜୀବୀ ମହଲରେ ମତ୍‌ପରକାଶ ପାଉଛେ।

Share