ଆଧୁନିକୀକରଣ କାର୍ଯ୍ୟ ଯୋଗୁ ପ୍ରଭାବିତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ରେଳପଥର ଦାନାପୁର ରେଳମଣ୍ଡଳ ଅନ୍ତର୍ଗତ କିଉଲ ଷ୍ଟେଶନଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନକୁ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଛି। ପୁରୀ-ଜୟନଗର-ପୁରୀ ଏକ୍ସପ୍ରେସ ପୁରୀଠାରୁ ମାର୍ଚ୍ଚ ୧୯ ଓ ୨୬ ଏବଂ ଜୟନଗରଠାରୁ ମାର୍ଚ୍ଚ ୨୧ ଓ ୨୮ରେ ଉଭୟ ଦିଗରୁ ବାତିଲ ରହିବ। ସେହିଭଳି ପୁରୀ-ପାଟନା-ପୁରୀ ଏକ୍ସପ୍ରେସ ପୁରୀଠାରୁ ମାର୍ଚ୍ଚ ୨୩ ଓ ୩୦ ଏବଂ ପାଟନାଠାରୁ ମାର୍ଚ୍ଚ ୨୫ ଓ ଏପ୍ରିଲ ୧ ଦିନ ଏହାର ସ୍ଥିରୀକୃତ ମାର୍ଗ ବର୍ଣ୍ଣପୁର-ଆସାନସୋଲ-ଚିତ୍ତରଞ୍ଜନ-ଜାଶିଡ଼ିହ-କିଉଲ-ବକ୍ତିଆରପୁର ମାର୍ଗରେ ନ ଯାଇ ପରିବର୍ତ୍ତିତ ମାର୍ଗ ଭାୟା ଆଦ୍ରା-ଗୋମୋ-ଗୟା ମାର୍ଗଦେଇ ଚଳାଚଳ କରିବ। ଏର୍ଣ୍ଣାକୁଲମ-ପାଟନା-ଏର୍ଣ୍ଣାକୁଲମ ଏକ୍ସପ୍ରେସ ଏର୍ଣ୍ଣାକୁଲମଠାରୁ ମାର୍ଚ୍ଚ ୧୭ ରୁ ୩୧ ମଧ୍ୟରେ ଏବଂ ପାଟନାଠାରୁ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ମଧ୍ୟରେ ଏହାର ସ୍ଥିରୀକୃତ ମାର୍ଗ ଆସାନସୋଲ-ଚିତ୍ତରଞ୍ଜନ-ଜାଶିଡ଼ିହ-କିଉଲ-ବକ୍ତିଆରପୁର ମାର୍ଗରେ ନ ଯାଇ ପରିବର୍ତ୍ତିତ ମାର୍ଗ ଭାୟା ରାଜବେରା-ଗୋମୋ-ଗୟା ମାର୍ଗ ଦେଇ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ। ଅନ୍ୟପକ୍ଷରେ ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ ଉଭୟ ଯଶୋବନ୍ତପୁର ଓ ଭାଗଲପୁରଠାରୁ ଫେବୃୟାରୀ ୨୬ରୁ ଏପ୍ରିଲ ୨ ମଧ୍ୟରେ ଆସାନସୋଲ-ଜାଶିଡ଼ିହ-କିଉଲ-ଜମଲପୁର ମାର୍ଗ ପରିବର୍ତ୍ତେ ବର୍ଦ୍ଧମାନ-ରାମପୁର ହାଟ-ସାହିବ ଗଞ୍ଜ ମାର୍ଗ ଦେଇ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share