ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ ପୂଜାମଣ୍ଡପର ଗୁରୁତ୍ୱ ବଢାଉଛି

ବାସୁଦେବପୁର,୮ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଚଳିତବର୍ଷ ୩ଟି ପୂଜାମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସହରର ଜାଫରପୁର ସ୍ଥିତ ବିଦ୍ୟୁତ୍‌ ମାର୍ଗ ଶାରଦୀୟ ପୂଜାମଣ୍ଡପରେ ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସ୍ବାମୀ ମୁକୁନ୍ଦକୃଷ୍ଣ ମହାରାଜ ତାଙ୍କର ସାଥୀ ଓ ସହଯୋଗୀମାନଙ୍କୁ ନେଇ ଆଧ୍ୟାତ୍ମିକ ପ୍ରବଚନ ଦେଉଛନ୍ତି। ଧର୍ମ, ଶାସ୍ତ୍ର, ପୁରାଣ, ରାମାୟଣ ଓ ମହାଭାରତ ତଥା ଅନ୍ୟାନ୍ୟ ଧାର୍ମିକ କଥାବସ୍ତୁକୁ ନେଇ ଏହି ପ୍ରବଚନ କାର୍ଯ୍ୟକ୍ରମ ଚାଲୁଛି। ମା’ଦୁର୍ଗାଙ୍କ ପୂଜାରେ ଏହି ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ ପୂଜାମଣ୍ଡପର ଗୁରୁତ୍ୱ ବଢାଉଛି।