ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା

ଆନନ୍ଦପୁର,୧୯। ୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ୫ ମାଟ୍ରିକ୍‌ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ସୁପରିଚାଳନା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ମିଳିଛି। ଆନନ୍ଦପୁର ବ୍ଲକର କୁଣ୍ଡୁଳାଇ ଉଚ୍ଚ ବିଦ୍ୟାଳୟ, ବେଲବାହାଳି, ଘସିପୁରାର ବ୍ଲକ ଅଧୀନ ବଳରାମଧିର ଉଚ୍ଚ ବିଦ୍ୟାଳୟ ପୁରୁଣାବାନ୍ଧଗୋଡା, କଲ୍ୟାଣୀ ବିଦ୍ୟାପୀଠ ଗଡବାନ୍ଧଗୋଡା, ଧନେଇ ବିଦ୍ୟାପୀଠ ଖାଳିଆମେଣ୍ଟା ଓ ହାଟଡିହୀ ବ୍ଲକର ଜପି ଦାସ ଉଚ୍ଚ ବିଦ୍ୟାପୀଠ ବଡରମ୍ପାସ ପରୀକ୍ଷା କେନ୍ଦ୍ରରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରର ଦୁଇ ଶହ ମିଟର ଅଞ୍ଚଳକୁ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

Share