ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଉପଜିଲାପାଳ, ଏସଡିପିଓ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ରାଜ୍ୟରେ ୫ ଟି କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଆନନ୍ଦପୁର ଉପଜିଲାପାଳ ରବିନ୍ଦ୍ର କୁମାର ସାହୁ, ଏସଡିପିଓ ବିଦ୍ୟୁତ୍‌ କୁମାର ପଣ୍ଡା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ସେବା ସଠିକ୍‌ ଭାବେ ମିଳୁଛି କି ନାହିଁ, ଔଷଧ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହା ସହିତ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ରୋଗୀସେବା ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ ଚିକିତ୍ସାଳୟର ଏସ୍‌ଡିଏମଓ ଡାକ୍ତର ଧନେଶ୍ୱର ସେଠୀ ମଧ୍ୟ ଉପସ୍ଥିତ ଥିଲେ।