ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ

ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ସଫେଇ କର୍ମଚାରୀଙ୍କୁ ପୋଷାକ ବିତରଣ କରାଯାଇଥିଲା। ପରେ ଆନନ୍ଦପୁର ଉପକାରାଗାର, ମୁଖ୍ୟ ଚିକିତ୍ସାଳୟର ଅନ୍ତେବାସୀମାନଙ୍କୁ ଫଳ ଓ ମିଠା ବଣ୍ଟନ କରାଯାଇଥିଲା। ଏହା ସହିତ ପୌରପାଳିକାରେ ଥିବା ମହାପୁରଷଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ନବନିର୍ମିତ ଶୌଚାଳୟଗୁଡିକୁ ଉଦ୍‌ଘାଟନ କରାଯିବା ସହିତ ବହୁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା।