ହାଟଡିହୀ, ୩।୬(ସ୍ବ.ପ୍ର.): ହାଟଡିହୀ ବିକାଶ ମଞ୍ଚ ତରଫରୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ସ୍ବାଗତ କରାଯାଇଛି। ରବିବାର ସନ୍ଧ୍ୟାରେ ମଞ୍ଚ ସଭାପତି ନିତ୍ୟାନନ୍ଦ ପହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଧାୟକଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସଭାପତି ନିତ୍ୟାନନ୍ଦ ପହୀ ଓ ସମ୍ପାଦକ ସନାତନ ଜେନାଙ୍କ ସମେତ ସୁରେନ୍ଦ୍ର ବାରିକ, କାମପାଳ ନାୟକ, ସନାତନ ବେହେରା, ଇନ୍ଦ୍ରମଣି ଜେନା, ବିଜୟ କୁମାର ଜେନା, ଶାନ୍ତନୁ ନାୟକ, ସଦାଶିବ ଚକ୍ର, ଭଗବାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ହାଟଡିହୀ ଅଞ୍ଚଳର ସମସ୍ୟା ଓ ବିକାଶ ସମ୍ପର୍କରେ ବିଧାୟକଙ୍କ ସହିତ ୧ ଘଣ୍ଟାଧରି ଆଲୋଚନା ହୋଇଥିଲା। ହାଟଡିହୀରେ ଜେଏମ୍ଏଫ୍ସି କୋର୍ଟ ଚାଲୁକରିବା, ହାଟଡିହୀ ସରକାରୀ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦେବା ସହିତ ହାଟଡିହୀରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ବିଧାୟକ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
Posted inଆମ ଜିଲା ଖବର