ଆନନ୍ଦ ଏଲ୍‌ ରାୟଙ୍କ ସହ କାମ କରୁ ନାହାନ୍ତି ସଲମାନ

ମୁମ୍ବାଇ: କିଛିଦିନ ହେବ ଶୁଣିବାକୁ ମିଳିଥିଲା କି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ସହ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏକ ଆକ୍ସନ୍‌ ଫିଲ୍ମରେ ସଲମାନ ଡବଲ ରୋଲ୍‌ କରିବେ ବୋଲି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ କୁଆଡେ ତାଙ୍କ ସହ କଥା ହୋଇ ସାରିଛନ୍ତି ବୋଲି କୁହାଯାଉଥିଲା। ଇତିମଧ୍ୟରେ ରାୟ ତାଙ୍କ ଅପ୍‌କମିଂ ଫିଲ୍ମକୁ ନେଇ କଥା ହୋଇଛନ୍ତି। ସେ ତାଙ୍କ ଅଗାମୀ ଫିଲ୍ମରେ ଅକ୍ଷୟ କୁମାର, ଧନୁଷ ଓ ସାରା ଅଲ୍ଲି ଖାଁଙ୍କୁ କାଷ୍ଟ କରୁଛନ୍ତି ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସଲମାନ ନିର୍ଦ୍ଦେଶକ ରାୟଙ୍କ ସହ ନିକଟରେ କୌଣସି କାମ କରୁ ନାହାଁନ୍ତି। ଉକ୍ତ ଖବର ସମ୍ପୂର୍ଣ୍ଣ ଗୁଜବ ଥିଲା।

Share