ଆନନ୍ଦ ବଜାରରେ ପଲିଥିନ୍‌ରେ ପ୍ରସାଦ

ପୁରୁଣା ଭୁବନେଶ୍ୱର,୧୩।୭(ଡି.ଏନ.ଏ.): ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ବିଏମ୍‌ସି ପକ୍ଷରୁ ପଲିଥିନ ବ୍ୟବହାର ରେକିବାକୁ ଚଢାଉ ଜାରି ରହିଛି। ବହୁ ପରିମାଣରେ ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ମଧ୍ୟ ଜବତ କରିଥିବା ଖବର ରହିଛି। ପ୍ଲାଷ୍ଟିକ ବ୍ୟବହାର ଯୋଗୁ ରାସାୟନିକ ପ୍ରଭାବରେ ବିଭିନ୍ନ ପ୍ରକାର ରୋଗ ହେବା ସହ ନାଳ ନର୍ଦ୍ଦମାରେ ପଲିଥିନ ପଡି ପାଣି ନିଷ୍କାସନରେ ବାଧକ ସାଜୁଛି। ହେଲେ ଅନନ୍ତ ବାସୁଦେବ ମନ୍ଦିରରେ ପିଲିଥିନ ବ୍ୟବହାରରେ ଖୁଲମଖୁଲା ହେଉଛି। ପ୍ରସାଦ ଓ ବ୍ୟଞ୍ଜନକୁ ପଲିଥିନରେ ପୂରାଇ ବିକ୍ରି କରାଯାଉଛି। ପ୍ରସାଦ ବିକ୍ରି କରୁଥିବା ଦୋକାନୀମାନେ ଲାଭଖୋର ମନଭାବେ ନେଇ ଏଭଳି ପଲିଥିନ ବ୍ୟବହାର କରୁଥିବା କୁହାଯାଇଛି। ଠାକୁରଙ୍କ ପ୍ରସାଦ ପଲିଥିନରେ ବିକ୍ରି ଯୋଗୁ ଏହା ମାନ ହାନୀ ଘଟୁଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ନା ମନ୍ଦିର ପ୍ରଶାସନର କି ବିଏମ୍‌ସିର କାହାର ନିଘା ନାହିଁ। ଚଢାଉ ନାମକୁମାତ୍ର କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ମନ୍ଦିରରେ ବ୍ୟବହାର ହେଉଥିବା ପିଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Share