ଆନନ୍ଦ ବଜାର ଶୃଙ୍ଖଳା ଭେଳିକି: ଖୋଲିଲାନି ଅଭିଯୋଗ ପ୍ରକୋଷ୍ଠ

ପୁରୀ ଅଫିସ,୨୬ା୭: ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛିି। ହେଲେ ଏହି ନିଷ୍ପତ୍ତି ମଧ୍ୟରୁ ଅନେକ ବାସ୍ତବତାର ରୂପ ନେଇପାରୁନିି। ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଲାଗି ମନ୍ଦିର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ପାଖାପାଖି ବର୍ଷେ ପୂରିବାକୁ ବସିଛିି। ହେଲେ ଏ ପର୍ଯ୍ୟନ୍ତ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିପାରିଲା ନାହିଁି। ପୂର୍ବପରି ଏବେ ବି ଅନେକ ସମୟରେ ଭକ୍ତ ହଇରାଣ ହେଉଛନ୍ତିି। କେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି ତ ପୁଣି କେତେବେଳେ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ହେଉଛିି। କ’ଣ ପାଇଁ ପ୍ରଶାସନ ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ପଛଘୁଞ୍ଚା ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଭକ୍ତ। କେବଳ ଅଭିଯୋଗ ପ୍ରକୋଷ୍ଠ ନୁହେଁ ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ଲାଗି ମହାପ୍ରସାଦ ଦର ତାଲିକା ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁି।
ଗତବର୍ଷ ଅଗଷ୍ଟ ୨୯ରେ ଆନନ୍ଦ ବଜାରରେ ଶୃଙ୍ଖଳା ଏବଂ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। ଏଥିରେ ଆନନ୍ଦ ବଜାରକୁ ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ କରିବା ଲାଗି ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ଆନନ୍ଦ ବଜାରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ। ଏହା ସହିତ ସମ୍ପୃକ୍ତ ସମସ୍ତ ସେବକ ଏ ଦିଗରେ ପ୍ରାଥମିକତା ଦେବେ। ଏଣିକି ଆନନ୍ଦ ବଜାର ପରିସରରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ସ୍ପଷ୍ଟ ଭାବେ ଲାଗିବ। ସେହିପରି ଭକ୍ତମାନଙ୍କ ସୁବିଧା ପାଇଁ ତିନିପ୍ରକାର ଅର୍ଥାତ୍‌ ୭୦ ଟଙ୍କା, ୮୦ ଟଙ୍କା ଏବଂ ୧୨୦ ଟଙ୍କା ଦରରେ ମହାପ୍ରସାଦ ପାଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା। ଯଦି କୌଣସି ଭକ୍ତ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ କିଣିବା ସମୟରେ ଦରକୁ ନେଇ କେହି ଦୁର୍ବ୍ୟବହାର କିମ୍ବା ଅନ୍ୟ କୌଣସି କାରଣରୁ ଗାଳିମନ୍ଦ କରନ୍ତି ତେବେ ସେମାନେ ଏହି ଅଭିଯୋଗ ପ୍ରକୋଷ୍ଠରେ ଜଣାଇବେ। ତୁରନ୍ତ ଏହି ଅଭିଯୋଗର ଅନୁଧ୍ୟାନ କରାଯାଇ ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ଏହି ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ନିଷ୍ପତ୍ତିକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁି।
ବୁଧବାର କେନ୍ଦ୍ରାପଡ଼ାର ସମୀର ସାହୁ ଆନନ୍ଦ ବଜାରକୁ ଅବଢା ପାଇଁ ଯାଇଥିଲେ। ଜଣେ ସୁଆର ସେବକଙ୍କୁ ମହାପ୍ରସାଦ ଦର ପଚାରିଥିଲେ। ସେ ୧୦୦ ଟଙ୍କା ପଡିବ ବୋଲି କହିବା ପରେ ସମୀର ଅନ୍ୟ ଜଣଙ୍କ ପାଖକୁ ଯିବାବେଳେ ସମ୍ପୃକ୍ତ ସୁଆର ସେବକ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। କେବଳ ସମୀର ନୁହନ୍ତି ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶୋଷଣର ଶିକାର ବି ହେଉଛନ୍ତି। ମନଇଚ୍ଛା ଯିଏ ଯାହା ଦର ନେଲା। ବାହାରୁ ଆସୁଥିବା ଭକ୍ତମାନେ କାହା ସାଙ୍ଗରେ ଯୁକ୍ତିତର୍କ କରିବାକୁ ଉଚିତ ନ ମଣି ଅଧିକ ଦାମ୍‌ରେ ମହାପ୍ରସାଦ ନେଉଛନ୍ତିି। ଏମିତି ବି ଅନେକେ ଦୁର୍ବ୍ୟବହାରର ଶିକାର ହେଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନାହାନ୍ତିି। ଥାନା ଫାଣ୍ଡିକୁ ଗଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ଏହିଭଳି ମାନସିକତା ରଖି ଅନେକେ ଅଭିଯୋଗ କରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠର ବେଶ୍‌ ଗୁରୁତ୍ୱ ବହନ କରୁଥିବା ବେଳେ ଏହି ନିଷ୍ପତ୍ତି ଏବେ ଭେଳିକି ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

ଆଉ ଦୁଇଦିନ ଜାଳିବ, ରବିବାର ଫେରିବ କାଳବୈଶାଖୀ

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ...

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image