Categories: ଜାତୀୟ

ଆନନ୍ଦ ମହିନ୍ଦ୍ରାଙ୍କ ହସ୍ତକ୍ଷେପ ପରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀଙ୍କୁ ମିଳିଲା ଗ୍ୟାସ୍‌ କନେକ୍ସନ

କୋଏମ୍ବାଟୁର, ୧୨।୯:ତାମିଲନାଡୁ କୋଏମ୍ବାଟୁର୍‌ରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀ କମଲାଥଲଙ୍କୁ ଗ୍ୟାସ୍‌ କନେକ୍ସନ ଯୋଗାଇ ଦିଆଯାଇଛି।ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇପାରିଛି। ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ମଙ୍ଗଳବାର କମଲାଥର ମାଉସୀଙ୍କ ଉପରେ ଏକ ଟୁଇଟ୍‌ କରିଥିଲେ। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା। ଫଳରେ ଭାରତ ଗ୍ୟାସ୍‌ କୋଏମ୍ବାଟୁର୍‌ ପକ୍ଷରୁ ତାଙ୍କୁ ଗ୍ୟାସ୍‌ କନେକ୍ସନ ଯୋଗାଇ ଦିଆଯାଇଥିଲା। ଆଜିର ମହଙ୍ଗା ଯୁଗରେ କମଲାଥଲ ମାତ୍ର ଏକ ଟଙ୍କାର ଇଡଲୀ, ସମ୍ବର ଏବଂ ଚଟନୀ ଲୋକଙ୍କୁ ଯୋଗାଦେଉଛନ୍ତି। ଏଥିପାଇଁ ତାଙ୍କୁ ବହୁତ କଷ୍ଟ ମଧ୍ୟ କରିବାକୁ ପଡୁଛି। ଛୋଟ ଛୋଟ କାଠ ଏବଂ କୋଇଲା ସଂଗ୍ରହ କରି ସେ ଇଡଲୀ ପ୍ରସ୍ତୁତ କରୁଛନ୍ତି। ଯାହା ତାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ଏବେ ଗ୍ୟାସ୍‌ ମିଳିବା ପରେ ସେ ଅପେକ୍ଷା ସୁସ୍ଥ ଅନୁଭବ କରିବେ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି।

Share