ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି। ସ୍ଥାନୀୟ କୟୋଟାଠାରେ ଥିବା ୩ ମହଲା ଏହି ଷ୍ଟୁଡ଼ିଓରେ ଏକ ଟିଭି ବିଜ୍ଞାପନର ଶୁଟିଂ ଚାଲିଥିବାବେଳେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ୬୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କ ଅବସ୍ଥା ଗୁରତର ବୋଲି କୁହାଯାଉଛି। ଆହତଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୋଲିସ କହିଛି। ଜଣେ ଅଚିହ୍ନା ଲୋକ ଷ୍ଟୁଡ଼ିଓରେ ନିଆଁ ଲଗାଇଥିବା ଲୋକେ କହୁଛନ୍ତି। ଇତିମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଥିବା ପୋଲିସ କହିଛି।

Share