Advertisement

ଆନ୍ତଃରାଜ୍ୟ ଫୁଟବଲ୍‌ ଟୁର୍ନାମେଣ୍ଟ: ଧାନବାଦ ଫୁଟବଲ୍‌ ଏକାଡେମୀ ଚାମ୍ପିୟନ

ଆନନ୍ଦପୁର,୨୫।୧୨(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ ଅନ୍ତର୍ଗତ ତରତରା ଖେଳପଡିଆଠାରେ ଅନୁଷ୍ଠିତ ହେଉଥିବା ୨୧ତମ ଆନ୍ତଃରାଜ୍ୟ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସରେ ମା’ ଭୁଆଶୁଣି କଟକ ଏବଂ ଧାନବାଦ ଫୁଟବଲ୍‌ ଏକାଡେମୀ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡ ୧-୦ ଗୋଲରେ କଟକକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ଦ୍ୱିତୀୟ ଦିବସରେ ସାଇ କଟକ ଓ ସ୍ପୋଟର୍‌ସ ହଷ୍ଟେଲ ବାରିପଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାଇ କଟକ ଟିମ୍‌ ଉନ୍ନତ ଖେଳ ପ୍ରଦର୍ଶନ କରି ୨-୧ରେ ମ୍ୟାଚକୁ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲା। ଏହି ଚିତ୍ତାକର୍ଷକ ଖେଳକୁ ରେଫରି ଭାବେ ଦିଗବିଜୟ ଦାସ, ଆଶୀର୍ବାଦ କାନୁନଗୋ, ଲକ୍ଷ୍ମୀ ପ୍ରସାଦ, ଅବିନାଶ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟର ସଭାପତି ଜିତେନ୍ଦ୍ର ସାମଲ, ସମ୍ପାଦକ ସୁବ୍ରତ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳପଡିଆରେ କ୍ଲବର ସଦସ୍ୟ ସୁଶାନ୍ତ ସାମଲ, ସୁରେଶ ଧଳ, ମନ୍ଦର ଜେନା, ବସନ୍ତ ଜେନା, ଜଗା ବେହେରା, ସୁରେନ୍ଦ୍ର ନାଇକ, ବାବୁ ନାଇକ, ବିଟାଲି ବାରିକ, ସନ୍ତୋଷ ଧଳ, ଅରବିନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share