Advertisement

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃରାଜ୍ୟ ଖେମୁଣ୍ଡି ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଗଜପତି ଜିଲା ଆର.ଉଦୟଗିରିର ରାଧାକାନ୍ତ ଓ ଜ୍ଞାନରଞ୍ଜନ ଯୋଡି ଦିଗପହଣ୍ଡିର ରିଷଭ ଓ ଦେବାଶିଷ ଯୋଡିଙ୍କୁ ହରାଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିଲେ। ବରିଷ୍ଠ ରେଫେରୀ ଅଚ୍ୟୁତ ଆଚାର୍ଯ୍ୟ ମ୍ୟାଚ ପରିଚାଳନା କରିଥିବା ବେଳେ ଖେମୁଣ୍ଡି ବ୍ୟାଡ୍‌ମିଣ୍ଟନ କ୍ଲବର ସୁଧୀର କୁମାର ପଣ୍ଡା, କ୍ରିଷ୍ଣାନନ୍ଦ ପଣ୍ଡା, ନୀଳମାଧବ ପଣ୍ଡା, ସନ୍ଦୀପ ପାଣିଗ୍ରାହୀ, ସୁଧୀର ସାହୁ, ଦେବାଶିଷ ବେହେରା, ଜି. ସନ୍ତୋଷ କୁମାର, ରାଜକିରଣ ଦାସ, ଶଙ୍କର ମହାନ୍ତି, ସନ୍ତୋଷ ପାତ୍ର ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share