Categories: ଖେଳ

ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ ଫୁଟବଲ ଆନ୍ନାମାଲାଇ- ଅମୃତସର ଫାଇନାଲ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳଳୟ ଆନ୍ତଃ ଜୋନ୍‌ ଫୁଟବଲ (ପଶ୍ଚିମ) ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ରବିବାର ଖେଳାଯିବ। ଏହି ଟୁର୍ନାମେଣ୍ଟରେ ୧୬ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଆନ୍ନାମଲାଇ ଓ ଜିଏନ୍‌ଡିୟୁ ଅମୃତସର ସକାଳ ୧୦ଟାରେ ମୁହଁମୁହିଁ ହେବେ। ଶନିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅମୃତସର ୨-୦ ଗୋଲରେ ଗୋଆ ବିଶ୍ୱବିଦ୍ୟାଳୟକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଆନ୍ନାମଲାଇ ୩-୦ ଗୋଲରେ ଏମ୍‌.ଡି.ୟୁ. ରୋହତକ ବିଶ୍ୱବିଦ୍ୟାଳୟକୁ ହରାଇ ଫାଇନାଲକୁ ଉଠିଥିଲା। ସେହିପରି ହାର୍ଡଲାଇନ୍‌ ମ୍ୟାଚ୍‌ରେ ଗୋଆ ଓ ରୋହତକ ରବିବାର ସକାଳ ୮ଟାରେ ପରସ୍ପରକୁ ଭେଟିବେ। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ୮ଟି ଦଳ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଖେଳିବା ପାଇଁ କ୍ୱାଲିଫାଏ କରିଛନ୍ତି। ଏହି ଦଳଗୁଡିକ ହେଲା ଅମୃତସର, ଚଣ୍ଡିଗଡର ପଞ୍ଜାବ ୟୁନିଭର୍ସିଟି, କାଲିକଟ, ଗୋଆ, ଆନ୍ନାମଲାଇ, ଏଲ.ଏନ.ଆଇ.ପି.ଇ ଗ୍ବାଲିୟର, ମଦୁରାଇ କାମରାଜ ଓ ରୋହତକ ବିଶ୍ୱବିଦ୍ୟାଳୟ।

Share