ଆସନ୍ତାକାଲିଠାରୁ ଭୋପାଳରେ ଲକ୍‌ଡାଉନ୍‌ କଡ଼ାକଡ଼ି: ଖୋଲାରହିବ କ୍ଷୀର, ଔଷଧ ଦୋକାନ

ଭୋପାଳ,୫।୪: ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୨ ହୋଇଥିବା ବେଳେ ସେଥିରୁ ୧୩ ଜଣଙ୍କର ମୃତ୍ୟୁ ଘଟିସାରିଛି। ତୀବ୍ରଗତିରେ ବୃଦ୍ଧି ପାଉଥିବା କରୋନାକୁ ରୋକିବା ପାଇଁ ଭୋପାଳର ଜିଲା ପ୍ରଶାସନ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲ ୬ ସୋମବାରଠାରୁ ଭୋପାଳରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯିବ। ସହରରେ କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲାରହିବ ଓ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ନଗର ନିଗମ ପହଞ୍ଚାଇବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share