ନୂଆଦିଲ୍ଲୀ, ୨।୮: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଅନିଶ୍ଚିତ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ଦିଲ୍ଲୀରେ ଡାକ୍ତରଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି। ଧର୍ମଘଟରୁ ଓହରିବା ପାଇଁ ପୁଣି କାର୍ଯ୍ୟକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ କରାଯାଇଛି। ବିଲ୍କୁ ନେଇ ଡାକ୍ତରଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରାଯାଇଛି ବୋଲି ହର୍ଷବର୍ଦ୍ଧନ ନିଜ ପ୍ରତିକ୍ରିୟାରେ କହିଛନ୍ତି।