ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀ

ଭଣ୍ଡାରିପୋଖରୀ,୫।୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାଜସ୍ବ ଅମଲା ଓ କ୍ଷେତ୍ର କର୍ମଚାରୀମାନେ ମଙ୍ଗଳବାରଠାରୁ କଲମଛାଡ଼ ଆନ୍ଦୋଳନ କରିଥିଲେ। ବୁଧବାର ଦ୍ୱିତୀୟ ଦିନରେ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ଯୋଗୁ ତହସିଲର କୌଣସି କାମ ହୋଇପାରି ନ ଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ତହସିଲଦାର ମୃତ୍ୟୁଞ୍ଜୟ ଭୂୟଁ।ଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଗିରଫ କରାଯିବ ବୋଲି ତହସିଲଦାରଙ୍କୁ କହିଥିଲେ। ତହସିଲଦାର ଭୂୟଁ। ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନରତ କର୍ମଚାରୀଙ୍କୁ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏବଂ ସପ୍ତାହକ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଇଥିଲେ। ତହସିଲକୁ ଆସୁଥିବା ସାଧାରଣ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଅମଲା ଓ କ୍ଷେତ୍ର କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ।

Share