Categories: ଜାତୀୟ

ଆନ୍ଧ୍ରପ୍ରଦେଶରୁ ଉଚ୍ଛେଦ ହେବ ବିଧାନ ପରିଷଦ

ଅମରାବତୀ,୨୮ା୧(ପି.ଟି.): ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବାକୁ ଯାଉଛି। ଏ ନେଇ ରାଜ୍ୟ କ୍ୟାବିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନୁରୂପ ପ୍ରସ୍ତାବ ବିଧାନସଭାରେ ଗୃହୀତ ହେବା ପରେ ଆବଶ୍ୟକ ପଦକ୍ଷେପ ଲାଗି କେନ୍ଦ୍ରକୁ ପଠାଯିବ। ୫୮ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମାତ୍ର ୯ ଜଣ ଅଛନ୍ତି। ବିରୋଧୀ ତେଲୁଗୁଦେଶମ୍‌ ପାର୍ଟିର ସଦସ୍ୟ ସଂଖ୍ୟା ୨୮ ରହିଛି। ବିଧାନ ପରିଷଦରେ ସରକାରଙ୍କର ଆବଶ୍ୟକ ସଂଖ୍ୟା ନ ଥିବାରୁ ଗତ ସପ୍ତାହରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରାଇବାରେ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ସରକାର ବିଫଳ ହୋଇଥିଲେ। ତିନି ରାଜଧାନୀ ବିଲ୍‌ ସମେତ ୨ଟି ବିଲ୍‌କୁ ବିଧାନ ପରିଷଦ ଅଧ୍ୟକ୍ଷ ଏମ୍‌.ଏ. ଶରିଫ୍‌ ଏହାକୁ ସିଲେକ୍ଟ କମିଟିକୁ ପଠାଇଦେଇଥିଲେ। ଫଳରେ ବିଧାନ ପରିଷଦର ଆବଶ୍ୟକତା ଅଛି କି ନାହିଁ ସେନେଇ ଗୁରୁତର ସହ ଚିନ୍ତା କରିବାକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ବିଧାନସଭାକୁ କହିଥିଲେ।

Share