Categories: ଜାତୀୟ

ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି

ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩ ରାଜଧାନୀ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ଏହାକୁ ନେଇ ଅମରାବତୀରେ ବିରୋଧ ପ୍ରଦର୍ଶନ କରାଯାଇଛି। କୃଷକଙ୍କଠାରୁ ଆରମ୍ଭ କରି ବିପକ୍ଷ ପର୍ଯ୍ୟନ୍ତ ୩ ରାଜଧାନୀ ଫର୍ମୁଲାକୁ ବିରୋଧ କରିଛନ୍ତି। ଫଳରେ ଅମରାବତୀରେ ୧୪୪ ଧାରା ଜାରି କରାଯାଇଛି। ଏହାସହ କିଛି ଟିଡିପି ନେତାଙ୍କୁ ଗିରଫ କରାଯିବା ସହ ଅନ୍ୟ କିଛି ନେତାଙ୍କୁ ନଜରବନ୍ଦୀ ରଖାଯାଇଛି। ସୂଚନାଯୋଗ୍ୟ, ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱ ସରକାର ଗଠନ ପରେ ୩ ରାଜଧାନୀ ରାଜଧାନୀ ନିର୍ମାଣ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟିର ସଦସ୍ୟ ଆଗାମୀ ଦୁଇ ମାସରେ ଏହା ଉପରେ ରିପୋର୍ଟ ଦେଇଥିଲେ। ରାଜ୍ୟର ବିକାଶକୁ ଅଧିକ ତ୍ୱରାତ୍ୱିତ କରିବାକୁ ତିନୋଟି ରାଜଧାନୀ ନିର୍ମାଣ ପ୍ରସ୍ତାବ ଉପରେ ବିଚାର କରାଯାଇଥିଲା। ଯଦି ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରସ୍ତାବକୁ କାର୍ୟ୍ୟ କାରୀ କରନ୍ତି ତେବେ ଆନ୍ଧ୍ର ପ୍ରଦେଶ ଦେଶର ପ୍ରଥମ ଏମିତି ରାଜ୍ୟ ହେବ ଯାହାର ତିନୋଟି ରାଜଧାନୀ ହେବ। ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ବିଭାଜନ ପରେ ହାଇଦ୍ରାବାଦକୁ ଦୁଇ ରାଜ୍ୟର ଯୁଗ୍ମ ରାଜଧାନୀ କରାଯାଇଥିଲା।

Share