ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ, ନାବାଳିକା

ଭୁବନେଶ୍ୱର, ୧ା୫ (ବ୍ୟୁରୋ)- ଓଡିଶାରୁ ମୁମ୍ବାଇ ଚାଲାଣବେଳେ ୧୭ଜଣ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଏବଂ ଚାଇଲ୍ଡ ଲାଇନ  ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ ମଙ୍ଗଳବାର ସେମାନଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି।

ସୂଚନା ମୁତାବକ,  ବାଲିଗୁଡ଼ା, ଫୁଲବାଣୀ ସମେତ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଏହି ଅସହାୟ ନାବଳିକା ଓ ଯୁବତୀମାନଙ୍କୁ କେତେଜଣ ଦଲାଲ କୋଣାର୍କ ଏକ୍ସପ୍ରେସ୍‌ରେ ମୁମ୍ବାଇ ଚାଲାଣ କରୁଥିଲେ। ଗତ ୧୬ ତାରିଖରେ ଆନ୍ଧ୍ରପ୍ରଦେଶ ପୋଲିସ ଓ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଉକ୍ତ ଟ୍ରେନରୁ କେତେଜଣ ଲୋକ ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ ଓ ଚାଇଲ୍ଡ ଲାଇନ୍‌ର ସ୍ବତନ୍ତ୍ର ଟିମ ରାଜମଣ୍ଡ୍ରୀ ଷ୍ଟେଶନ ନିକଟରେ କୋଣାର୍କ ଏକ୍ସପ୍ରେସରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା।  ପଚରାଉଚରା କରିବାରୁ ସେମାନେ ବମ୍ବେସ୍ଥିତ ଏକ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣେ ମହିଳା କହିଥିଲେ। ସେଠାରେ ମହିଳା ଜଣକ ୮ବର୍ଷ ହେବ କାମ କରୁଥିବା କହିବା ସହ  ତାଙ୍କ ସହ ୬ଜଣ ଯାଉଥିବା ସେ କହିଥିଲେ। ଅନ୍ୟମାନେ ମୁମ୍ବାଇର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିବା କହିଥିଲେ।  ତେବେ ଉଦ୍ଧାର ନାବାଳିକା, ଯୁବତୀ ଓ ମହିଳା ଓଡ଼ିଶା ଫେରିଆସିବା ପରେ ସେମାନଙ୍କୁ  ସ୍ବାଧାର ଗୃହକୁ ପଠାଇ ଦିଆଯାଇଛି। ତେବେ ବାସ୍ତବରେ ସେମାନେ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିଲେ ନା ଦଲାଲମାନେ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ଚାଲାଣ କରୁଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।  ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରିବାକୁ  ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ଓଡ଼ିଶା ନିର୍ବାଚନ: ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା, ସର୍ବାଧିକ ଗାଡ଼ି ଭଡା…

ଭୁବନେଶ୍ୱର,୧୭।୩: ୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ...

ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର,୧୭।୩: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀର। ଏହି ସମୟରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ତାଙ୍କୁ ଶେଷ ଦର୍ଶନ ପାଇଁ...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ପଶ୍ଚିମ ଓଡ଼ିଶାକୁ ଆର୍ଲଟ

ଭୁବନେଶ୍ୱର,୧୭।୩: ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗ ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛି। ଏ ନେଇ ବୌଦ୍ଧ ଜିଲାକୁ...

ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି

ଭୁବନେଶ୍ୱର,୧୭।୩: ଚୋରି , ଛିନ୍‌ତାଇ, ଲୁଟ୍‌ ଏହା ନିତିଦିଦିଆ ଘଟଣାରେ ପରିଣତ ହୋଇଛି। ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍‌ ହେଉଛି। ୬ ମାସରେ ଭୁବନେଶ୍ବରର ୧୮ଟି...

ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍‌

ଭୁବନେଶ୍ୱର,୧୭।୩: ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍‌କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା।...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର...

ଗୃହ କମିଟି ଗଠନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ...

ଆଠ ମାସରେ ୨୦,୦୬୦ ମାମଲା ପଞ୍ଜିକୃତ: ୭,୦୪୮ ନିଖୋଜ ଠାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଆଠ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image