ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ

ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍‌ ଡାଉନ ହୋଇଛି । ଫଳରେ ରାଜ୍ୟ ଓ ଦେଶ ବାହାରେ ଥିବା ଅନେକ ଲୋକ ନିଜ ଘରକୁ ଆସି ନ ପାରି ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରୁଥିବା ଦେଖାଯାଉଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅଞ୍ଚଳରେ ପ୍ରାୟ ୪୦ଜଣ ଦାଦନ ଆନ୍ଧ୍ରରୁ ଫେରି ପାରୁନାହାନ୍ତି । କରୋନା ପାଇଁ ହୋଇଥିବା କଟକଣା ଯୋଗୁ ସେଠାରେ କାମଧନ୍ଦା ବନ୍ଦ ହୋଇଛି । ତାଙ୍କ ପାଖରେ ଥିବା ଟଙ୍କା ମଧ୍ୟ ସବୁ ଶେଷ ହୋଇଗଲାଣି । ତେଣୁ ସେମାନେ ବହୁତ ଅସୁବିଧାରେ ଥିବା ସୋସିଆଲ ମିଡିଆ ମାଧ୍ୟମରେ ଜିଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ସେମାନେ ଆନ୍ଧ୍ର ପ୍ରଦେଶର ପ୍ରକାଶନ ଜିଲା ଅନ୍ତର୍ଗତ ବାଲିପୁରୁହା ବ୍ଲକର କହ୍ନେଇପାଲି ଗ୍ରାମରେ ଅଟକ ରହିଥିବା ପ୍ରକାଶ କରିଛନ୍ତି।

Share