ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ପାତ୍ରପୁର ବ୍ଲକ ମୁଣ୍ଡିକେରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲା ବୈଦ୍ୟ ମେଡ଼ିକାଲରେ ମୃତ୍ୟୁ ଘଟିଛି । ସେ ହେଲେ ଜୁରିଆ ବେହେରା (୪୮)। ସୋମବାର ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସତ୍କାର କରାଯାଇଛି। ଜୁରିଆ ଏକ କନଷ୍ଟ୍ରକସନ କମ୍ପାନୀର କିଛି ଶ୍ରମିକଙ୍କୁ ରୋଷେଇ କରି ଖାଦ୍ୟ ଯୋଗାଇବା ପାଇଁ ଗତ ମାସରେ ଆନ୍ଧ୍ରପ୍ରଦେଶ ଯାଇଥିଲେ। କିଛିଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା ରବିବାର ସକାଳୁ ହଠାତ ରକ୍ତବାନ୍ତି କରିଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜୁରିଆଙ୍କର ମୃତ୍ୟୁ ଘଟିଥିଲା।

Share