Categories: ଜାତୀୟ

ଆନ୍ଧ୍ରରେ ଲାଗୁ ହେବନି ଏନ୍‌ଆର୍‌ସି

କଡ଼ପା,୨୪ା୧୨(ପି.ଟି.): ଆନ୍ଧ୍ରପ୍ରଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବନି ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ସୋମବାର କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ କଡପା ଗସ୍ତରେ ଯାଇଥିବାବେଳେ ଜଗନମୋହନ କହିଛନ୍ତି, ଏନ୍‌ଆର୍‌ସିକୁ ସମର୍ଥନ କରିବା ପ୍ରଶ୍ନ ଉଠୁନାହିଁ। ପାର୍ଲାମେଣ୍ଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ନାଗରିକତ୍ୱ ସଂଶୋଧନ ବିଲ୍‌କୁ ସମର୍ଥନ ଦେଇଥିଲା।

Share