Categories: ଜାତୀୟ

ଆନ୍ଧ୍ର ପ୍ରଦେଶର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ

ବିଜୟଓ୍ବାଡା,୨୩।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହବି ବୋଲି ସେ କହିଛନ୍ତି। ଏମିତି ପଦକ୍ଷେପ ନେବାରେ ଏହା ଦେଶର ପ୍ରଥମ ରାଜ୍ୟ ହେବ। ଯଦି କୌଣସି ଘରୋଇ କମ୍ପାନୀ ସରକାରଙ୍କଠାରୁ କୌଣସି ସାହାଯ୍ୟ ପାଉ ନାହାଁନ୍ତି ତଥାପି ମଧ୍ୟ ସେମାନେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ରଖିବାକୁ ବାଧ୍ୟ। ଏନେଇ ସୋମବାର ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଲୋକାଲ କ୍ୟାଣ୍ଡିଡେଟ ଇନ୍‌ ଇଣ୍ଡଷ୍ଟ୍ରିଜ୍‌/ଫ୍ରାକ୍ଟ୍ରି ଆକ୍ଟ-୨୦୧୯ କୁ ପାସ୍‌ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ସବୁ ବର୍ଗର ଘରୋଇ ସଂସ୍ଥାରେ ସ୍ଥାୟୀ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି। ଏହି ନିୟମ ଆଉ କିଛି ରାଜ୍ୟରେ ପ୍ରଚଳନ କରିବାକୁ ଦାବି ହେଉଛି ସତ ହେଲେ ଏ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ ସବୁଠାରୁ ଆଗରେ ରହିଲା।

Share