Categories: ଜାତୀୟ

ଆନ୍ଧ୍ର ପ୍ରଦେଶର ନୂଆ ଶିକ୍ଷାନୀତି ଆଣିପାରେ ପରିବର୍ତ୍ତନ

ବିଜୟଓ୍ବାଡା,୧୨।୧୧: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନମୋହନ ରେଡ୍ଡୀ କିଛିଦିନ ପୂର୍ବରୁ ଘୋଷଣା କରିଥିଲେ କି ଯେଉଁ ଗରିବ ମା’ମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ‘ଆମ୍ମା ଭୋଦି’(ମଦର୍ସ ଲ୍ୟାପ) ନାମକ ଯୋଜନା ଆଧାରରେ ଉକ୍ତ ମା’ମାନଙ୍କୁ ଶିକ୍ଷା ଖର୍ଚ୍ଚ ବାବଦରେ୧୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏହି ସୁବିଧା କେବଳ ଗରିବ ସୀମାରେଖା ତଳେ ରହୁଥିବା ପରିବାରର ପିଲାମାନଙ୍କ ମା’ଙ୍କୁ ମିଳିବ ବୋଲି କୁହାଯାଇଥିଲା। ଏଥିପାଇଁ ଲାଭାର୍ଥୀଙ୍କୁ ଚିହ୍ନଟ କରିବା ଲାଗି ଧଳା ରାଶନ କାର୍ଡ ଦିଆଯିବ। ଏବେ ରାଜ୍ୟ ସରକାର ଏଥିପାଇଁ ୬,୪୫୫ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହା ପୂବରୁ ମୁଖ୍ୟମନ୍ତ୍ରୀ କହିଥିଲେ ସମସ୍ତ ସରକାରୀ ସ୍କୁଲରେ ତେଲୁଗୁ ଭାଷାକୁ ବାଧ୍ୟତାମୂଳକ କରାଯିବା ସହ ଏହାକୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କରିଦିଆଯିବ।

Share