ଆନ୍ଧ୍ର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ

ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶରେ ଟିଡିପି-ଭାଜପା ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଭୋଟ ଗଣତିରେ ଏନ୍‌ଡିଏ ଆଗରେ ରହିଛି । ଟିଡିପି-ଭାଜପା ମେଣ୍ଟ ୧୩୧ ଆସନରେ ଆଗୁଆ ରହିଥିବା ବେଳେ ଜଗମୋହନ ରେଡ୍ଡିଙ୍କ ନେତୃତ଼୍ବାଧୀନ ୱାଇଏସ୍‌ଆର କଂଗ୍ରେସ ମାତ୍ର ୮ଟି ଆସନରେ ଆଗୁଆ ରହିଛି । ଆନ୍ଧ୍ର ପ୍ରଦେଶ ବିଧାନସଭାରେ ମୋଟ ୧୭୫ଟି ଆସନ ରହିଛି। ସରକାର ଗଠନ କରିବା ପାଇଁ ଯେକୌଣସ ଦଳକୁ ୮୮ ମ୍ୟାଜିକ୍‌ ନମ଼୍ବର ହାସଲ କରିବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୩୯ଟି ଆସନ ପାଇଁ ଗଣତି ହୋଇଛି।