ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ ଏବଂ ଲୁଣ ସମାନ ପରିମାଣରେ ମିଶାଇ ପିମ୍ପୁଡ଼ି ଅବା ଜନ୍ଦା ହେଉଥିବା ସ୍ଥାନରେ ପକାଇଲେ ସୁଫଳ ମିଳିଥାଏ। ପିମ୍ପୁଡ଼ି ଏବଂ ଜନ୍ଦା ଧାଡ଼ିରେ ତେଜପତ୍ର ପକାଇଲେ ଏହାର ବାସ୍ନା ସେମାନଙ୍କୁ ଅସହ୍ୟ ହେବାରୁ ସେମାନେ ଚାଲିଯାଇଥାନ୍ତି। ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ସମାନ ପରିମାଣ ମିଶାଇ ପିମ୍ପୁଡ଼ି ଓ ଜନ୍ଦା ଥିବା ସ୍ଥାନରେ ପକାଇଲେ ମଧ୍ୟ ସୁଫଳ ମିଳିଥାଏ।