Categories: ଜାତୀୟ

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ ଯୋର ଜବରଦସ୍ତ ପ୍ରେମୀ ଯୁଗଳଙ୍କୁ ନିକଟରେ ଥିବା ମନ୍ଦିରକୁ ନେଇ ବିବାହ କରାଇ ଦେଇଥିବା ଜଣାପଡିଛି। ଏହି ଘଟଣା ସୋମବାର ସୁପୌଲର କରଜାଇନ ଥାନା ଅଞ୍ଚଳରେ ଘଟିଥିବା ଜଣାପଡିଛି। ଗଡରିଆ ଗାଁର ଜଣେ ଯୁବକ ନିକଟସ୍ଥ ଜଣେ ଯୁବତୀଙ୍କୁ କିଛି ବର୍ଷ ଧରି ପ୍ରେମ କରୁଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ହେଲେ ବିବାହ କଥା ଉଠିଲେ ଯୁବକ ଜଣଙ୍କ ଏହାକୁ ଏଡାଇ ଯାଉଥିଲେ। ଏବେ ଏହି କଥା ଗାଁ ଲୋକଙ୍କ ନଜରରେ ପଡିବାରୁ ଏମାନେ ଦୁହିଁଙ୍କ ବିବାହ କରାଇ ଦେଇଛନ୍ତି। ଏହି ବିବାହରେ ଝିଅଟି ଖୁସିଥିବା ପ୍ରକାଶ କରିବା ବେଳେ ଯୁବକ ଜଣଙ୍କ କହିଛନ୍ତି ସେ ଯୁବତୀଙ୍କ ସହ ସେମିତି କିଛି ସମ୍ପର୍କ ରଖି ନ ଥିଲେ କେବଳ ଫୋନରେ କଥା ହେଉଥିଲେ।

Share