Categories: ଜାତୀୟ

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଉକ୍ତ ସମସ୍ତ ସଦସ୍ୟ ଆପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଥିବା ନେଇ ବୁଧବାର ଆଇଜି ପ୍ରବୀଣ କୁମାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବାକୁ ଯାଇ ହୋଇଥିବା ହିଂସାରେ ପିଏଫ୍‌ଆଇର ସଦସ୍ୟଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପିଏଫ୍‌ଆଇ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଉତ୍ତରପ୍ରଦେଶ ସରକାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଆଉ ଚିଠିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସ୍ବୀକାର କରିନେଇଥିଲେ।

Share