ଆବଶ୍ୟକ ସାମଗ୍ରୀ:ଏକ କପ୍ ଗ୍ରୀନ୍ ଆପଲ୍, ବ୍ରେଡ୍ ସ୍ଲାଇସ୍ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍, ୧ ଚାମଚ ଲେମ୍ବୁରସ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁଯାୟୀ ମଖନ୍।
ପ୍ରସ୍ତୁତି : ପ୍ରଥମେ ସେଓକୁ ପତଳା ପତଳା ସ୍ଲାଇସ୍ କରି କାଟନ୍ତୁ। ଏକ ବାଉଲରେ ସେଓ, ଲେମ୍ବୁରସ, ବଟର, ମେୟୋନିଜ୍ ଓ ଲୁଣର ମିଶ୍ରଣକୁ ଭଲଭାବେ ଗୋଳାନ୍ତୁ। ଗ୍ୟାସ୍ ଅନ୍ କରି ମିଡିୟମ ଆଞ୍ଚରେ ତାଓ୍ବା ଗରମ କରନ୍ତୁ। ମଖନ୍ ଲଗାଇ ବ୍ରେଡ୍କୁ ସେକନ୍ତୁ। ବ୍ରେଡ୍ ସ୍ଲାଇସ୍ ଉପରେ ମେୟୋନିଜ୍ ଢାଳନ୍ତୁ। ବ୍ରେଡ୍ର ଉପରିଭାଗରେ ସେଓ ଖଣ୍ଡ ରଖନ୍ତୁ। ଏହା ଉପରେ ଅନ୍ୟ ପାର୍ଶ୍ୱକୁ ଏଥିରେ କଭର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଲ୍ ଆଣ୍ଡ ମେୟୋନିଜ୍ ସ୍ୟାଣ୍ଡ୍ଓ୍ବିଚ୍।