ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ ଏହାର ସୂଚନା ଏହା ସହିତ ସଂଯୋଗ ହୋଇଥିବା ସ୍ମାର୍ଟଫୋନ୍‌କୁ ପ୍ରେରିତ ହୋଇଥାଏ। ଏହି ଘଣ୍ଟା ପିନ୍ଧି ଥିବା ଯୋଗୁ ଜଣେ ପର୍ବତାରୋହୀଙ୍କ ଜୀବନ ରକ୍ଷା ହୋଇଛି। ଗାବେ ବୁରଡେଟ୍‌ ଏବଂ ତାଙ୍କ ପିତା ବବ୍‌ ବୁରଡେଟ୍‌ ପର୍ବତାରୋହଣ ସମୟରେ ବାଟରେ ଖାଲରେ ପଡ଼ିଯାଇଥିଲେ। ସେ ପିନ୍ଧିଥିବା ଆପଲ ଘଣ୍ଟା ଏ ସମ୍ପର୍କରେ ତାଙ୍କ ପୁଅ ଗାବେ ବୁରଡେଟ୍‌ଙ୍କ ଆଇଫୋନ୍‌କୁ ସୂଚନା ପ୍ରେରଣ କରିଥିଲା। ଗାବେ ସଙ୍ଗେ ସଙ୍ଗେ ତାଙ୍କ ପିତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଏସମ୍ପର୍କରେ ଗାବେ ଫେସବୁକ୍‌ରେ ନିଜର ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଇତିମଧ୍ୟରେ ଏହା ଭାଇରାଲ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ଶେୟାର କରିଛନ୍ତି।

Share