ଆପୋଲୋ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆପୋଲୋ ହସ୍ପିଟାଲ୍‌ର ଜଣେ ମହିଳା କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଗାଡ଼କଣା ଅଞ୍ଚଳର ୪୬ ବର୍ଷୀୟା ମହିଳା ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।

ତେବେ ଭୁବନେଶ୍ୱରରୁ ଶୁକ୍ରବାର ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ସହରର ୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜିଜିପି କଲୋନୀ ବାଲିଆପାଠ ବସ୍ତିର ଜଣେ ୪୦ ବର୍ଷୀୟ ପୁରୁଷ, ଘାଟିକିଆ କଳିଙ୍ଗ ଷ୍ଟୁଡିଓ ବସ୍ତିର ୨୬ ବର୍ଷୀୟ ପୁରୁଷ, ଡୁମ୍‌ଡୁମାର ରଘୁନାଥନଗରର ୫୦ ବର୍ଷୀୟ ପୁରୁଷ, ନୟାଗଡ଼ ଜିଲା ବାସିନ୍ଦା ୩୭ ବର୍ଷୀୟ ପୁରୁଷ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share