ଆପ୍‌ନେ ଆରପାରେ: ୩ ଝି’ର ଭବିଷତ୍‌ ଚିନ୍‌ତାରେ ପୁଷ୍ପକାନ୍ତି

 

ଅତାବିରା, ୨୧।୧ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍‌ନେ ପ୍ରଶାନ୍ତ ଝାଙ୍କରକୁଁ ଦିନାକେତେ ତଲେ ହରେଇଛନ୍‌। ଏନ୍‌ତାଥି ପୁଷ୍ପକାନ୍ତି ୩ ଝି’ର ଭବିଷତ୍‌ ଚିନ୍‌ତାରେ ଭାଂଗି ପଡ଼ିଛନ୍‌।
ସୂଚନା ଅନ୍‌ସାରେ ବିଶିପାଲି ଗଁାର ବିଧବା ମହିଲା ପୁଷ୍ପକାନ୍ତିକଁର ପରିବାର କହେଲେ ଝି’ ଜେମାଦେଇ (୧୪), ଲିପସା (୧୧) ଆର ଓ ନିତିଶା (୧)କୁଁ ନେଇ ସଁସାର। ଆପ୍‌ନେ ପ୍ରଶାନ୍ତ ଝାଙ୍କର ଗଲା ୧୬ ତାରିଖ କେହେନ୍‌ସି କାରନ୍‌ରୁ ଆରପାରକେ ଚାଲିଯାଇଛନ୍‌। ପରିବାରଟା ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ଦୁଇ ଟୁକ୍‌ରି ଅଛେ। ହେଲେ ସେଟା ବି ଭିନେ ଭିନେ ସମିଆରେ ଅଭାବ ଅନାଟନ ଲାଗି ପ୍ରଶାନ୍ତ ବଁଧକ୍‌ ପକେଇଛନ୍‌। ପ୍ରଶାନ୍ତ କୁଲି ମଜୁରି କରି ଜାହା ରୁଜ୍‌ଗାର କରୁଥିଲେ ସେଥ୍‌ରେ ପରିବାର ଚଲବାର ସଂଗେ ଝି’ମାନକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିଲେ। ଏହେଦେ ତାକର ଦୁଇ ଝି’ ଜେମାଦେଇ ଆର ଲିପସା ବରଗଡ଼ ବରଡ଼ୋଲ ଆଶ୍ରମ ସ୍କୁଲରେ ପାଠ୍‌ ପଢ଼ୁଛନ୍‌। ହେଲେ ପ୍ରଶାନ୍ତକଁର ଚାଲିଯିବାର ଉତାରୁ ଝି’ମାନକର କଥା କିଏ ବୁଝ୍‌ବା, ସେମାନକର ଭବିଷତ୍‌ କାଣା ହେବା ଇ ସବୁ କଥା ଭାଲି ପୁଷ୍ପକାନ୍ତି ଭାଂଗି ପଡ଼ିଛନ୍‌। ସେନ୍‌ତା ପ୍ରଶାନ୍ତକଁର ନଁାରେ ଗୁଟେ ଆବାସ ଘର ମିଲିଛେ। ହେଲେ ସେଟା ବି ଅଧ୍‌ପନ୍‌ତରିଆ ହେଇ ପଡ଼ିଛେ ବଲି ପୁଷ୍ପକାନ୍ତି କହିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସରକାରୀ ସାହାଯ୍‌ ସଂଗେ ଛୁଆକର ପାଠ୍‌ପଢ଼ା ବେବସ୍‌ତା କରବାକେ ଗଁାବାସୀ ଦାବି କରିଛନ୍‌।

Share