ଆପ୍‌ନେ ଆର ବଡ଼ପୁଓ ଆରପାରେ: ଦୁରଦିନ୍‌ରେ ନିସାହା ବିଧବା ଅମ୍ବିକା

ଲୋଇସିଂହା,୩୦।୫(ଡି.ଏନ.ଏ)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗାଁର ଅମ୍ବିକା ବାଗ(୭୦)। ଆପ୍‌ନେ ଅନେକ ଦିନୁ ଅରପାରକେ ଚାଲିଯାଇଥିଲାବେଲେ ବଛର କେତେଟା ଉତାରୁ ପୁଓ ବି ଆରପାରକେ ଚାଲିଯାଇଛନ୍‌। ପରିବାରର ଏନ୍‌ତା ଦୁଖଦ୍‌ ପରିସ୍ଥିତିରେ ସେ ଭାଂଗି ପଡ଼ିଛନ୍‌। ଇଆଡ଼େ ମାନସିକ ଦୁଖ୍‌ ଆର ଦିହିପା ସମସିଆ ସଂଗେ ଯୁଝୁଛନ୍‌। ଅଭାବ ଅନାଟନ ଲାଗି ଟେକା ଖାଏଦ୍‌ ଉପରେ ଆଶ୍‌ରେ କରୁଥିଲାବେଲେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛନ୍‌। ଅମ୍ବିକା ବିଧବା ଭତା ପାଉଛନ୍‌ ସତ୍‌, ହେଲେ ଭତା ଟଁକା ଉଷୋକଷାକେ ନିହଁଟ ହେଉଛେ ବଲି ସେ କହିଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ ସଦର ଗାଁର ଅମ୍ବିକାକଁର ପରିବାର କହେଲେ ଆପ୍‌ନେ ଖାରୁ ବାଗ, ଦୁଇ ପୁଓ ବିଜେ ଆର ସୁଦାମକେ ନେଇ ତାକର ସଁସାର। ବଡ଼ପୁଓ ବିଜେ ବିହାଚୁରା ହେଇଥିଲେ। ବହୁ ଆର ୮ ବଛର୍‌ର ନାତିକେ ନେଇ ଦୁଖେସୁଖେ ଅମ୍ବିକାକଁର ପରିବାର ଚଲିଯାଉଥିଲା। ହେଲେ ଖାରୁକଁର ମାନସିକ ଥିତି ଠିକ୍‌ ନାଇଁଥାଇ, ଆଏଜ୍‌କେ ୭ ବଛର ତଲେ ତାକର ଦୁଖଦ୍‌ ମୁରତୁ ହେଇଥିଲା। ସେନ୍‌ତା ଅଢ଼େ ବଛର ତଲେ ବିହାରି ପୁଓ ବିଜେ ବି କେହେନ୍‌ସି କାରନରୁ ଚରମ ପଦକ୍ଷେପ ନେଇଥିବାର ଗାଁବାସୀକରନୁ ଜନାଯାଇଛେ। ବିଜେର ମୁରତୁ ଉତାରୁ ତାକର ମାଏକିନା ଛୁଆକେ ଧରି ବାପ୍‌ ଘରକେ ପଲେଇଯାଇଛନ୍‌। ଇତାର ପରେ ସାନପୁଓର ସଡ଼କ ଦୁରଘଟନାରେ ଭୁଜନି ଗୋଡ଼ ଭାଂଗି ଗଲାରୁ ସେ ଭିନ୍ନକ୍ଷମ ପାଲଟିଗଲେ। ଗୁଟେ ପରେ ଗୁଟେ ଦୁଖଦ୍‌ ଘଟନାରେ ନିସାହା ଅମ୍ବିକା ଭାଂଗିପଡ଼ିଛନ୍‌। ସେ ଏହେଦେ ନିଜେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଗୋଡ଼, ହାତ୍‌ କିଛି କାମ୍‌ ନାଇଁ କରବାର। ଇଆଡ଼େ ସାନ୍‌ପୁଓ ଟିକେ ଠିକ୍‌ ହେଲାରୁ ଘରର ପରିସ୍ଥିତି ଦେଖି ବାହାର ରାଏଜ୍‌କେ ଦାଦନ୍‌ ଖଟି ଯାଇଛନ୍‌। ଏନ୍‌ତାଥି ଅମ୍ବିକା ନିସାହା ହେଇ ଘରେ ଏକଲା ପଡ଼ିରହିଛନ୍‌, ଡୁଂଗି ଦେଖ୍‌ବାକେ କେହି ପାସେ କେହି ନାଇଁ। ବଡ଼ାଦୁଖେ ରେଂଗ୍‌ସି ଘେଁସ୍‌ରି ସେ ନିଜର ଫିଦିନିଆଁ କାମ୍‌ କରୁଛନ୍‌ ଆର ପାଖ୍‌ ପଡ଼ିଶାକର ହାତ୍‌ ଟେକା ଖାଏଦ୍‌କେ ଆଶ୍‌ରେ କରି ଜୀବନ୍‌ ବିତଉଛନ୍‌। ଯେନ୍‌ଦିନ ଖାଏବାକେ ମୁଠେ ମିଲ୍‌ଲା ଭଲ, ନାଇଁହେଲେ ଖାଡ଼ା ଉପାସରେ ଦିନ୍‌ ବିତୁଛେ ବଲି ସେ କାଁଦିକାଁ ଦି ତାକର ଦୁଖ୍‌ ବଖାନିଥିଲେ। ଇଆଡ଼େ ସେ ରହୁଥିବାର ଘରର ପାଟେନ ସବୁ ଭାଂଗି ଯାଇଛେ। ଏନ୍‌ତାଥି କେତେବେଲେ କେନ୍‌ପରକାର ଅଘଟନ୍‌ ଘଟବା କିଛି କହି ନାଇଁ ହେବାର। ଅମ୍ବିକା ଥାନୀୟ ସରପଁଚ୍‌କୁଁ ମାସିକ ୩୫ କେ.ଜି. ଚାଉଲ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ଗୁହାରି କରି ନିରାଶ ହେଇଥିବାର ଗଁାର ସୁନୀଲ ଦାସ, କୁଶ ଭୋଇ, ସୀତାରାମ ସାହୁ, କୁନୁ ବେହେରା, ହିମାଂଶୁ ବେହେରା, ମହାଦେବ ସେଠ୍‌, ହରି ଭୋଇ ଭୁଲା ବଗର୍ତ୍ତି ପରମୁଖ କହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଉର୍କୁଲୀ ଧରୁଆକୁଁ ପଚରାଲାରୁ କୁଟା ଖାଲି ହେଲେ ୩୫ କେ.ଜି. ଚାଉଲ ଦିଆଯିବା। ପକାଘର ଲାଗି ବ୍ଲକ ପରଶାସନକେ ଜନାମି ବଲି ସେ କହିଥିଲେ।