ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି ଏହି ଆପ୍‌ ତିଆରି ହୋଇଥିବା କୁହାଯାଉଛି। ଏହା ଦ୍ୱାରା ସ୍ବାମୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି କମ୍ପାନୀ କହିଛି। ଦାମ୍ପତ୍ୟ ଜୀବନରେ ମହିଳାମାନେ ଅଧିକାଂଶ ସମୟରେ ଗୋଟିଏ କଥାର ଅନ୍ୟ ଅର୍ଥ ବାହାର କରିଥାନ୍ତି। ଫଳରେ ଅଯଥା କଳହ ସୃଷ୍ଟି ହୋଇଥାଏ। ତେବେ ଏହି ଆପ୍‌ ମହିଳାଙ୍କ ମନୋଭାବ ଆଧାରରେ ସ୍ବାମୀଙ୍କୁ କଥା କହିବା ଲାଗି ପରାମର୍ଶ ଦେବ। ଆପ୍‌କୁ କେତେକ ମହିଳା ସଂଗଠନ ବିରୋଧ କରୁଥିବାରୁ ଏଥିରେ କିଛି ପରିବର୍ତ୍ତନ କରାଯିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଏହି ଆପ୍‌ କେବେ ବଜାରକୁ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ।

Share