Categories: ଜାତୀୟ

ଏଏପି ବିଧାୟକ ଗିରଫ

ନୂଆଦିଲ୍ଲୀ,୧।୧୧: ଆମ୍‌ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରଓ୍ବାନା ଜାରି କରିଥିଲେ। ଏହି ମାମଲାର ପରିବର୍ତ୍ତୀ ଶୁଣାଣି କୋର୍ଟ ଶୁକ୍ରବାର ନିର୍ଦ୍ଧାରିତ କରିଥିଲେ। ଶୁଣାଣି ପାଇଁ ଅଖିଳେଶ କୋର୍ଟରେ ହାଜର ହେବା କ୍ଷଣି ପୋଲିସ ତାଙ୍କୁ ଗିରଫ କରିଥିଲା। ଅପରପକ୍ଷରେ ବିଧାୟକଙ୍କ ଓକିଲ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବିଧାୟକ ଅଖିଳେଶ ପତିଙ୍କ ବିରୋଧରେ ୨୦୧୩ରେ ଦଙ୍ଗା ଉସୁକାଇବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୨୦ଜଣଙ୍କୁ ଗିରଫ କରାଯାଇଛି।

Share