Categories: ଜାତୀୟ

‘ଆଫଗାନିସ୍ତାନକୁ ସହାୟତା ଜରୁରୀ’

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ମାଟି ମୌଳବାଦ ଓ ଆତଙ୍କବାଦର ଉତ୍ସ ନ ପାଲଟୁ। ଆଫଗାନ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଆଫଗାନିସ୍ତାନ ଉପରେ ଜି୨୦ ଏକ୍ସଟ୍ରା ଅର୍ଡିନାରି ସମିଟ୍‌କୁ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ମୋଦି କହିଛନ୍ତି, ଆଫଗାନ ନାଗରିକମାନଙ୍କୁ ଜରୁରୀ ଓ ଅବାଧି ମାନବୀୟ ସହାୟତା ଯୋଗାଇଦିଆଯିବା ଜରୁରୀ। ମହିଳା ଓ ସଂଖ୍ୟାଲଘୁଙ୍କୁ ନେଇ ସେଠାରେ ଏକ ସମାବେଶୀ ସରକାର ଗଠନ କରାଯିବା ଦରକାର। ଆଫଗାନିସ୍ତାନବାସୀ ସମ୍ମୁଖୀନ ହେଉଥିବା କ୍ଷୁଧା ଓ କୁପୋଷଣର ଯନ୍ତ୍ରଣାକୁ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ୨୫୯୩ ଭିତ୍ତିରେ ଅନ୍ତର୍ଜାତୀୟ ସହାୟତା ହିଁ ସ୍ଥିତିରେ ସୁଧାର ଆଣିପାରିବ ବୋଲି ମୋଦି ପ୍ରକାଶ କରିଛନ୍ତି।

Share