ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ: ୮ ସୁରକ୍ଷାକର୍ମୀଙ୍କ ସହ ୧୨ ମୃତ

କାବୁଲ,୭।୭: ଆଫଗାନିସ୍ତାନର ଗଜନି ଅଞ୍ଚଳରେ ରବିବାର ତାଲିବାନ ଆତଙ୍କବାଦୀମାନେ କାର୍‌ ବୋମା ବିସ୍ଫୋରଣ କରିବା ଫଳରେ ୮ ସୁରକ୍ଷାକର୍ମୀଙ୍କ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରବିବାର ସକାଳେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ(ଏନ୍‌ଡିଏସ୍‌) ନିକଟରେ ବୋମା ବିସ୍ଫୋରଣ କରିଥିବା ଘଟଣାରେ ତାଲିବାନ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି। ତେବେ ସେମାନେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିବା ପ୍ରକାଶ କରିଛନ୍ତି।

Share